ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଲେ ରାଜ୍ୟ ସରକାର ।

189

କନକ ବ୍ୟୁରୋ : ଚଳିତ ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଦାବି ଉପସ୍ଥାପନା କରିଛନ୍ତି । ୭ ହଜାର ୨ ଶହ କୋଟି ଦେବାକୁ ଦାବି କଲା ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ସମୟରେ ଓଡିଶାରୁ ଭଲ ହୋଇଛି ଜିଏସଟି ଆଦାୟ । ତେଣୁ ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଅମର ପଟ୍ଟନାୟକ ।

ପରିସ୍ଥିତି ଯାହା ବି ଥାଉ, ଆମର ହକ୍ ଅଛି, ଅଧିକାର ଅଛି । ରେଳ ବଜେଟ ସଂକ୍ରାନ୍ତରେ ଆମର ଦାବି ପୂରଣ ହେବା ଦରକାର । କୋଭିଡ କଟକଣା ସମୟରେ ମଧ୍ୟ ଓଡ଼ିଶାରୁ ଭଲ ଜିଏସିଟି ଆଦାୟ ହୋଇଛି, ତେଣୁ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ଅମର । ଅନେକ ସମୟରେ ରେଳବାଇ କହେ ଜମି ସମସ୍ୟା ଯୋଗୁଁ କାମ ଆଗେଇ ପାରୁନାହିଁ । ଏହା ଷ୍ଟେରିଓ ଟାଇପ କଥା ହୋଇ ଗଲାଣି । ରେଳବାଇର ଅନେକ ପ୍ରକଳ୍ପ ଅଛି, ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବା ସହ ଜମି ମଧ୍ୟ ଉପଲବ୍ଧ କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କୌଣସି କାମ ଆରମ୍ଭ ହୋଇନାହିଁ । ସଂସଦରେ ଏନେଇ ଦୃଢ ଦାବି ଉପସ୍ଥାପନ କରିବୁ ।

ଆସନ୍ତା ୨୯ରୁ କେନ୍ଦ୍ରୀୟ ବଜେଟ ଅଧବେଶନ ଆରମ୍ଭ ହେଉଛି । ସେହିଭଳି ଫେବ୍ରୁଆରୀ ପହିଲାରେ ସାଧାରଣରେ ବଜେଟ ପାରିତ ହେବ । ଜାନୁଆରୀ ୨୯ରୁ ଫେବୁଆରୀ ୮ ତାରିଖ ଯାଏଁ ବଜେଟ ଅଧିବେଶନ ଚାଲିବାର ଯୋଜନା ରହିଛି ।