ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

157

କନକ ବ୍ୟୁରୋ : ଗତ ୨୪ଘଣ୍ଟାରେ ରାଜ୍ୟରେ ୩ ହଜାର ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୯ଜଣଙ୍କ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧ ହଜାର ୫୩୮ଜଣ । ସେହିପରି ଗୋଟିଏ ଦିନରେ ୪୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୭, ଯାଜପୁରରୁ ୩୩୭, ପୁରୀରୁ ୨୩୭, ବାଲେଶ୍ୱରରୁ ୨୦୫, ଭଦ୍ରକ ୧୮୬ଜଣ । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୮ଲକ୍ଷ ୭୭ ହଜାର ୫୦୨ । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୩୫ ହଜାର ୧୩୨ଜଣ । ସକ୍ରିୟ ଅଛନ୍ତି ୩୮ ହଜାର ୭୨୭ ଜଣ । ୬୬ ହଜାର ୩୮୨ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୫ଦଶମିକ ୩୮ ପ୍ରତିଶତ ରହିଛି ।