ରାଜ୍ୟରେ ୨୪ ଘଣ୍ଟାରେ ୨୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୫୯୨, କଟକରୁ ୨୮୯ ମାମଲା ପଜିଟିଭ

142

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ତଳକୁ ଖସୁଛି କରୋନା ମିଟିର । ରାଜ୍ୟରେ ୨୪ ଘଂଟାରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୬୫ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ଗତ ୨୪ ଘଂଟାରେ ୭୮ହଜାର ୪୬୬ ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ତିନି ପ୍ରତିଶତ ତଳକୁ ଖସିଛି । ୨ ଦଶମିକ ୯ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭ ହାର । ସଙ୍ଗରୋଧ କେନ୍ଦ୍ରରୁ ୧୩୧୫ ଓ ସ୍ଥାନୀୟ ଅଂଚଳରୁ ୯୬୭ ମାମଲା ପଜିଟିଭ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଏବେ ବି ସର୍ବାଧିକ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେପଟେ କଟକରେ ୩ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । କଟକରୁ ୨୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ବି ରାଜ୍ୟରେ ୨୫ ହଜାର ୪୬୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।