ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ କାଲି ପୋଲିସ ସେବାରୁ ଅବସର ନେଇଥିଲେ 

99

କନକ ବ୍ୟୁରୋ : ଆଜି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଡକ୍ଟର ସତ୍ୟଜିତ ମହାନ୍ତି । ଗତିକାଲି ପୋଲିସ ସେବାରୁ ଅବସର ନେଇଥିଲେ । ତେବେ ୧୯୮୮ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ । ତାଙ୍କର ଏହି ତେତିଶ ବର୍ଷ ବୃତ୍ତିଗତ ଜୀବନ କାଳ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ବ ଓ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି ।

ସେ ବ୍ୟକ୍ତିଗତ ଏବଂ ମିଳିତ ଭାବେ ବୃତ୍ତିଗତ ବିଷୟବସ୍ତୁ ଉପରେ ଆଧାରିତ ପାଞ୍ଚଟି ବହୁଉପାଦେୟ ପୁସ୍ତକ ଲେଥିଛନ୍ତି । ନିମନ୍ତ୍ରିତ ବକ୍ତା ଭାବେ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପୋଲିସ ଓ ବିଚାର ବିଭାଗୀୟ ଏକାଡେମୀ ଗୁଡିକୁ ମଧ୍ୟ ଭ୍ରମଣ କରି ବକ୍ତବ୍ୟ ପ୍ରଦାନ କରିଛନ୍ତି ।