ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଟିକା : କୋଭାକ୍ସିନ ଟିକା ନେଲେ ମୁଖ୍ୟମନ୍ତ୍ରୀ

308

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ ଟିକାର ପ୍ରଥମ ଡୋଜ । ଆଜି ବିଧାନସଭାରେ ଥିବା ଡିସପେନସାରୀରେ ଟିକା ନେଇଛନ୍ତି । ଆଜି ସକାଳେ ବିଧାନସଭା ଡିସପେନସାରରୀ ପହଂଚି କୋଭାକ୍ସିନ ଟିକା ନେଇଛନ୍ତି ନବୀନ ପଟ୍ଟନାୟକ । ଟିକା ନେବା ପରେ ଟିକା ନିଜ ଟୁଇଟର ହ୍ୟାଣ୍ଡଲରେ ଟିକା ନେଉଥିବା ଫଟୋକୁ ସେୟାର କରି  ଟୁଇଟ କରିଛନ୍ତି ।

ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଟିକାର ପ୍ରଥମ ଡୋଜ ନେଇ ସେ ଖୁସି ଅଛନ୍ତି । ଖୁବ ଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କୋଭିଡ ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବା ପାଇଁ ଆଗେଇ ଆସିବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । ଦେଶ ତଥ୍ୟା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିଲେ ମଧ୍ୟ ଲୋକଙ୍କ ମନରେ ଏବେ ବି ଟିକାକୁ ନେଇ ସନ୍ଦେହ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଟିକା ନେବା ଘଟଣା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ସାହିତ କରିବ ।