କନକ ବ୍ୟୁରୋ : ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୩ରୁ ୯ ରହିଛି ନବୀନଙ୍କ ଗସ୍ତ ସୂଚୀ । ଜାପାନର ରାଜଧାନୀ ଟୋକିଓ, କ୍ୱୋଟୋ ଏବଂ ଓସାକାରେ ବ୍ୟବସାୟିକ ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ନବୀନ ଯୋଗ ଦେବେ । ରାଜ୍ୟକୁ ପୁଞ୍ଜି ନିବେଶ ଆଣିବାକୁ ନବୀନ ଏହି ଗସ୍ତ କରୁଛନ୍ତି ।

Advertisment

ଏହି ସମ୍ମିଳନୀକୁ ଅନେକ ପୁଞ୍ଜି ନିବେଶକାରୀ ଆସିବାର ଯୋଜନା ରହିଛି । ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା ସମ୍ମିଳନୀରେ ଜାପାନ ଗୋଟିଏ ପ୍ରମୁଖ ଅଂଶଗ୍ରହଣକାରୀ ଦେଶ ରହିଛି । ନିକଟରେ ହୋଇଥିବା ଏହି ସମ୍ମିଳନୀରେ ଜାପାନରୁ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହି ଗସ୍ତ ସମୟରେ ଉଭୟ ଜାପାନ ଏବଂ ଓଡିଶା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜବୁତ ହେବ ବୋଲି ସୂଚନା ରହିଛି ।