କନକ ବ୍ୟୁରୋ: ନବୀନଙ୍କ ରାଜନୈତିକ ଜୀବନର ସଫଳତାରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି । ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ନିଜ ନାଁରେ ଯୋଡିଛନ୍ତି ନବୀନ । ସେ ୨୦୦୦ରୁ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ଆଉ ଏହାରି ଭିତରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କ ସମକକ୍ଷ ହୋଇଛନ୍ତି ନବୀନ । ତେବେ ଗୋଟିଏ ଦିନ ପରେ ଜ୍ୟୋତିବସୁଙ୍କ ରେକର୍ଡ ଭାଙ୍ଗି ସେ ଦେଶର ଦ୍ୱିତୀୟ ସର୍ବାଧିକ କାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ହେବେ ।

Advertisment
  • ନବୀନ ଦ୍ୱିତୀୟ ଦୀର୍ଘତମ ଅବଧି ମୁଖ୍ୟମନ୍ତ୍ରୀ
  • ଭାଙ୍ଗିଲେ ପଶ୍ଚିମବଙ୍ଗର ଜ୍ୟୋତିବସୁଙ୍କ ରେକର୍ଡ

ରାଜନୈତିକ କ୍ୟାରିୟରରେ ସଫଳତାର ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ନିଜ ନାଁରେ ଯୋଡିଛନ୍ତି । ୨୦୦୦ ମାର୍ଚ୍ଚ ୫ରେ ପ୍ରଥମ ଥର ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ଏହାରି ଭିତରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କ ସମକକ୍ଷ ହୋଇଛନ୍ତି ନବୀନ । ଆଉ ଗୋଟିଏ ଦିନ ପରେ ଜ୍ୟୋତିବସୁଙ୍କ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ସର୍ବାଧିକ କାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ହେବେ ।

ଦେଶର ଦୀର୍ଘକାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ

ପ୍ରଥମ : ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ - ୨୪ ବର୍ଷ ୧୬୬ ଦିନ

ଦ୍ୱିତୀୟ: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - ୨୩ ବର୍ଷ ୧୩୮ ଦିନ

ତୃତୀୟ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ - ୨୩ ବର୍ଷ ୧୩୮ ଦିନ

ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତି ଓ ଲୋକାଭିମୁଖୀ ଯୋଜନା ସହ ଜନତାଙ୍କ ଆସ୍ଥା ଜିଣି ଓଡିଶାର ଅପ୍ରତିଦ୍ୱନ୍ଦୀ ନେତା ବନିଛନ୍ତି । ତୃଣମୂଳସ୍ତରର ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଅନେକ ଯୋଜନା କରି ଉଦାହରଣ ସୃଷ୍ଟି କରିଛନ୍ତି । ଓଡିଶାର ଜନତା ମଧ୍ୟ ତାଙ୍କ ହାତରେ ଲଗାତାର ୫ଥର ଓଡିଶାର ଶାସନ ଡୋରି ଦେଇଛନ୍ତି । ଆଗକୁ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ନବୀନ ନୂଆ ରେକର୍ଡ କରିବେ ବୋଲି କହିଛନ୍ତି ବିଜେଡି ନେତା ।