କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ । ରାତି ପାହିଲେ ଆଉ ଏକ ରେକର୍ଡ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହା ମାଚ୍ଚ ୫ ତାରିଖରେ ପ୍ରଥମ ଥର ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ । ଲଗାତର ୫ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି ।

Advertisment

ଆଜି ସୁଦ୍ଧା ୨୩ ବର୍ଷ ୧୩୮ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି ନବୀନ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମରେ ଅଛନ୍ତି ସିକ୍କିମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ । ସେ ୧୨ ଡିସେମ୍ବର ୧୯୯୪ରୁ ୨୦୧୯ ମେ’ ୨୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପଛକୁ ଦ୍ୱିତୀୟରେ ଅଛନ୍ତି ଜ୍ୟେତି ବସୁ ରହିଛନ୍ତି ।