ନିୟନ୍ତ୍ରଣରେ ଶିମିଳିପାଳର ନିଆଁ : ଟ୍ୱିଟ୍ କରି ସୂଚନା ଦେଲେ ଟାସ୍କଫୋର୍ସ ମୁଖ୍ୟ; କହିଲେ, ପୁରା ନିୟନ୍ତ୍ରଣକୁ ଆସି ଯାଇଛି ଶିମିଳିପାଳର ଅଗ୍ନି

କାଲି ୨୬ଟି ସ୍ଥାନରେ ଲାଗିଥିବା ନିଆଁକୁ କରାଯାଇଛି ଆୟତ

76

କନକ ବ୍ୟୁରୋ : ନିୟନ୍ତ୍ରଣରେ ଶିମିଳିପାଳର ନିଆଁ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଟ୍ୱିଟ୍ କରି ଲେଖିଛନ୍ତି-ପୁରା ନିୟନ୍ତ୍ରଣକୁ ଆସି ଯାଇଛି ଶିମିଳିପାଳରେ ଲାଗିଥିବା ନିଆଁ । ଗତକାଲି ୨୬ଟି ସ୍ଥାନରେ ଲାଗିଥିବା ନିଆଁକୁ ମିଳିତ ଭାବେ ଆୟତ କରାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ଗତକାଲି ବନ ବିଭାଗ ପକ୍ଷରୁ ଦିଆଯାଇଥିବା

ସୂଚନା ଅନୁସାରେ, ବିଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ଶତକଡ଼ା ୯୫ ଭାଗ ନିଆକୁ ଲିଭାଯାଇଛି । ବିଗତ ଦୁଇ ଦିନରେ ୬ ହଜାର ୨୫୮ଟି ନିଆଁ ଲାଗିଥିବା ସ୍ଥାନ ମଧ୍ୟରୁ ୩ ହଜାର ୨୫୮କୁ ହ୍ରାସ ପାଇଛି । ରାଜ୍ୟରେ ଅଧିକ ଶହେଟି ଦଳକୁ ଆବଶ୍ୟକତା ଅନୁସାରେ ନିଆଁ ଲିଭାଇବା ଦିଗରେ ନିୟୋଜିତ କରିବା ପାଇଁ ସ୍ଥିର ହୋଇଛି । ଅଧିକ ୭ଶହଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ଡିଏଫ୍ଓଙ୍କୁ ନେଇ ସମୀକ୍ଷା ପରେ ଏନେଇ ସୂଚନା ଦିଆଯାଇଛି । ଏପଟେ ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି ।ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।