ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା: ଇଂରାଜୀରେ ପ୍ରଶ୍ନପତ୍ର, ଓଡ଼ିଆରେ ଲେଖିପାରିବେ ଉତ୍ତର

201

କନକ ବ୍ୟୁରୋ: ଓସିଏସ୍ ବା ଓଏଏସ୍ ପରୀକ୍ଷାରେ ପ୍ରଥମ ଥର ପାଇଁ ଓଡ଼ିଆରେ ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ପାଖରେ ଉଭୟ ଓଡ଼ିଆ ଓ ଇଂରାଜୀ ଦୁଇଟି ପସନ୍ଦ ରହିବ । ପରୀକ୍ଷାର୍ଥୀ ଯେଉଁ ଭାଷାକୁ ପସନ୍ଦ କରିବେ, ସେହି ଭାଷାରେ ପରୀକ୍ଷା ଦେଇପାରିବେ । ତେବେ ସମସ୍ତ ପ୍ରଶ୍ନପତ୍ର ଇଂରାଜୀରେ ପ୍ରସ୍ତୁତ ହେବ ବୋଲି ଓପିଏସ୍ସି ସୂତ୍ରରୁ ଜଣାପଡ଼ିବ । ଓଡ଼ିଆରେ ଉତ୍ତର ଲେଖିବା ପାଇଁ ସୁଯୋଗ ଦିଆଯାଇଥିବାରୁ ଏହାକୁ ସ୍ୱାଗତ କରାଯାଇଥିବା ବେଳେ କାହିଁକି ପ୍ରଶ୍ନପତ୍ର ଓଡ଼ିଆରେ ହେବନାହିଁ ବୋଲି ପ୍ରଶ୍ନ ଉଠିିଛି ।

କିଛି ମାସ ତଳେ ଓଡ଼ିଆରେ ଓସିଏସ୍ ପରୀକ୍ଷା ଓଡ଼ିଆରେ କରାଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ଅର୍ଥାତ୍ ଯେଉଁମାନେ ଚାହିଁବେ, ଓଡ଼ିଆରେ ପରୀକ୍ଷା ଦେଇପାରିବେ । ଓସିଏସ୍-୨୦୨୨ ପରୀକ୍ଷା ପାଇଁ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରଥମ ଥର ପାଇଁ ଓଡ଼ିଆରେ ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଆରେ ଲେଖାଯିବ, କିନ୍ତୁ ଇଂରାଜୀରେ ପ୍ରଶ୍ନପତ୍ର କାହିଁକି ହେବ ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷାବିତ୍ । ସେମାନଙ୍କ କହିବା କଥା –

ପ୍ରଶ୍ନ ଇରାଜୀରେ, ଉତ୍ତର ଓଡ଼ିଆରେ ହେଲେ ବିଭ୍ରାଟ ସୃଷ୍ଟି ହେବ
ଯେଉଁମାନେ ଓଡ଼ିଆରେ ଉତ୍ତର ଲେଖିବେ, ଇଂରାଜୀରେ ପ୍ରଶ୍ନ ବୁଝିବାରେ ସମସ୍ୟା ସୃଷ୍ଟି ହୋଇପାରେ
ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ପରୀକ୍ଷା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି
ତେଣୁ ଇଂରାଜୀ ସହ ଓଡ଼ିଆ ଭାଷାରେ ପ୍ର୍ଶ୍ନ ଆସିବା ଉଚିତ
ମିଳିଥିବା ସୂଚନା ଅନୁସାରେ –
ଓସିଏସ୍ ପରୀକ୍ଷା – ୨୦୨୨
ସମସ୍ତ ୩୭ଟି ବିଷୟର ପ୍ରଶ୍ନପତ୍ର ଇଂରାଜୀରେ ଆସିବ
ପରୀକ୍ଷାର୍ଥୀ ନିଜ ପସନ୍ଦ ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀରେ ଉତ୍ତର ଲେଖିପାରିବେ
ତେବେ ଇଂରାଜୀ, ଉର୍ଦ୍ଦୁ, ହିନ୍ଦୀ, ସଂସ୍କୃତ ଆଦି ପରୀକ୍ଷାରେ ସେହି ଭାଷାରେ ଉତ୍ତର ଦିଆଯିବ