ଓଡିଶା କ୍ୟାଡର ଆଇଏଏସ ରାଜେଶ ବର୍ମା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ ।

600

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ ହେଲେ ରାଜେଶ ବର୍ମା । ୧୯୮୭ ବ୍ୟାଚ ଆଇଏଏସ ହେଉଛନ୍ତି ରାଜେଶ ବର୍ମା । କ୍ୟାବିନେଟ ନିଯୁକ୍ତି କମିଟି ରାଜେଶଙ୍କ ନିଯୁକ୍ତିଙ୍କୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର କର୍ପୋରେଟ ବ୍ୟାପର ବିଭାଗର ସଚିବ ଅଛନ୍ତି । ଓଡିଶା କ୍ୟାଡରର ଏହି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିଲେ । ୨୦୧୯ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ପୂର୍ବରୁ କେନ୍ଦ୍ର ସରକାରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ତୁଲାଇସାରିଛନ୍ତି ।