କଂଗ୍ରେସର ଓଡିଶା ବନ୍ଦ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶା ବନ୍ଦକୁ ମିିଳିଛି ଅଭୁତପୂର୍ବ ସଫଳତା

ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ଚାପ ପକାନ୍ତୁ ରାଜ୍ୟ ସରକାର; ୧୦ ଟଙ୍କା ତୈଳ ଦର ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କଲେ ନିରଂଜନ

63

କନକ ବ୍ୟୁରୋ : କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ବନ୍ଦ ପାଳନରୁ ଜରୁରୀ ସେବାଗୁଡିକୁ ବାଦ୍ ଦିଆଯାଇଛି । କିଛି ସ୍ଥାନରେ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଉଥିବା ବେଳେ ଆଉ କିଛି ସ୍ଥାନରେ ଟାୟାର ଜଳିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।