କ˚ଗ୍ରେସର ବନ୍ଦ ଡାକରା : ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

150

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା ଦେଇଥିବାବେଳେ ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୁଲିସ । ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ରାଜ୍ୟରେ ସକାଳ ୭ଟାରୁ ଦିନ ୧ଟା ଯାଏ ନିୟୋଜିତ ହୋଇଛନ୍ତି । କେବଳ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୩୭ ପ୍ଲାଟୁନ୍‌ ଏବ˚ ପୁରୀରେ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରିଛନ୍ତି ।

ଏହାବାଦ୍‌ ଅନ୍ୟ ଜିଲ୍ଲାରେ ୨ରୁ ୫ ପ୍ଲାଟୁନ୍‌ ପର୍ଯ୍ୟନ୍ତ ଫୋର୍ସ ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସପି ଓ କମିସନରେଟ୍‌ ପୁଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମାନେ ସ୍ଥିତି ଉପରେ ନଜର ରଖିବେ । ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବାକୁ କ˚ଗ୍ରେସ ପକ୍ଷରୁ କୁହାଯାଇଛି, ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।