ଆଗୁଆ ସରିଲା ବିଧାନସଭା ଅଧିବେଶନ । ୨୫ଟି କାର୍ଯ୍ୟଦିବସରେ ପାରିତ ହେଲା ୫ଟି ବିଲ୍ ।

188

କନକ ବ୍ୟୁରୋ : ଆଗୁଆ ସରିଲା ବିଧାନସଭା ଅଧିବେଶନ । ୫ ଦିନ ଆଗରୁ ସରିଲା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ କାର୍ଯ୍ୟଦିବସ ପୂର୍ବରୁ ସରିଲା ଅଧିବେଶନ । ଆଉ ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆସନ୍ତା ୮ରେ ଶେଷ ହୋଇଥାଆନ୍ତା ବିଧାନସଭା ଅଧିବେଶନ ।

ଚଳିତ ବିଧାନସଭା ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସରେ ପାରିତ ହୋଇଛି ୫ଟି ବିଲ୍ । ପୂର୍ବରୁ ୨ଟି ବିଲ୍ ପାରିତ ହୋଇଥିବା ବେଳେ ଆଜି ଆଉ ୩ଟି ବିଲ୍ ପାରିତ ହୋଇଛି । ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍-୨୦୧୯, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୧୯ ଓ ଏସିଆନ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟକୁ ବିଶ୍ୱବିଦ୍ୟାଳୟ କରିବା ନେଇ ବିଲ୍ ପାରିତ ହୋଇଛି ।