ପାଇକମାଳର ଚାଷୀ କବିର ଭୋଇ ଆତ୍ମହତ୍ୟା କରିଥିବା ବିଧାନସଭାରେ ଅଭିଯୋଗ ଆଣିଲେ ବିରୋଧୀ : ମନ୍ତ୍ରୀ କହିଲେ, ବ୍ୟକ୍ତିଗତ କାରଣରୁ ହୋଇଥାଇପାରେ ହୃଦଘାତ

କେଉଁ କାରଣ ପାଇଁ କରିଛନ୍ତି ଆତ୍ମହତ୍ୟା ହେବ ତଦନ୍ତ

74

କନକ ବ୍ୟୁରୋ : ପାଇକମାଳର ଚାଷୀ କବିର ଭୋଇ ଆତ୍ମହତ୍ୟା କରିଥିବା ବିଧାନସଭାରେ ଅଭିଯୋଗ ଆଣିଲେ ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଧାନ ବିକ୍ରି କରି ନପାରି ଆତ୍ମହତ୍ୟା କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, ବ୍ୟକ୍ତିଗତ କାରଣରୁ ହୋଇଥାଇ ପାରେ ହୃଦଘାତ । ତେବେ କେଉଁ କାରଣ ପାଇଁ ଚାଷୀ କବିର ଆତ୍ମହତ୍ୟା କରିଛନ୍ତି ତାର ତଦନ୍ତ କରାଯିବ ।

ସେପଟେ ଗୃହରେ ପ୍ରଶ୍ନକାଳରେ ଏମଏସପି ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟକ ଅମର ଶତପଥୀ । ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ ହୋଇଥିବାରୁ ଓଡିଶା କ୍ଷତିଗ୍ରସ୍ତ ହେଉଛି । ଏହାସହ ସ୍ୱାମୀନାଥନ କମିଟି ରିପୋର୍ଟ କେନ୍ଦ୍ର ସରକାର ଲାଗୁ କରିବାକୁ ଗୃହରେ ଦାବି କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।