ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ଅଚଳ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତିଙ୍କ ରୁଲିଂ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

104

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିିଥିଲେ । ପରେ ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ମଣ୍ଡି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟାରେ ମୁଲତବୀ ରଖିଛନ୍ତି ବାଚସ୍ପତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତର ଦେବାକୁ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି ।