ଅଧିବେଶନ ଆରମ୍ଭରୁ ବିଧାନସଭାରେ ହଙ୍ଗାମା : ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ଚାଲିପାରିଲାନି ପ୍ରଶ୍ନକାଳ, ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

46

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିିଛନ୍ତି । ଜଙ୍ଗଲ ନିଆଁକୁ ନେଇ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଥିଲା । ଷଡଯନ୍ତ୍ରରେ ଆମ ଜଙ୍ଗଲ-ଜୀବନ ଯାଉଛି ଜଳିପୋଡି, ଗ୍ରୀଷ୍ମ ରୁତୁରେ ରାଜ୍ୟର ପ୍ରାକୃତିକ ସଂପତି ଗଲାଣି ଉଜୁଡି ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସଙ୍ଗରେ ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ଦେବାକୁ ଦାବି କରିଥିଲା ବିଜେପି ।