ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା : ଶୂନ୍ୟ କାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା

ଏଫଆଇରରେ ନାଁ ଥିବା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ବିଧାୟକ

138

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମାହାଙ୍ଗା ମର୍ଡର ପ୍ରସଙ୍ଗ । ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି । ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି । ଏତଲାର ୧୩ ନଂରେ ମନ୍ତ୍ରୀଙ୍କ ନାଁ ଅଛି, ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି । ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ମଧ୍ୟ ରାସ୍ତାରୁ ହଟାଇ ଦେଲେ । ସାଧାରଣ ଲୋକେ ଏଥିପାଇଁ ଭୟଭୀତ । ବାଚସ୍ପତି ଏହା ଉପରେ ଧ୍ୟାନ ଦିଅନ୍ତୁ ।

ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ । ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କଲେ ବିଜେଡି ବିଧାୟକ ବ୍ୟମୋକେଶ ରାୟ । କହିଲେ, ଯିଏ ୨୨ ଦିନ ଜେଲରେ ରହିଛି । ଯାହା ନାଁରେ ଅନେକ ମାମଲା ଅଛି ତାଙ୍କ ବିଷୟରର ଗୃହରେ କାହିଁକି ଆଲୋଚନା ହେଉଛି । ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ନ ଉଠାଯାଉ । ୯୭ ମସିହାରେ ବିପିଏଲରେ ଥିବା ଲୋକ କେମିତି କୋଟିପତି ହେଲା । ତାଙ୍କୁ ତୁରନ୍ତ ଗିରଫ କରାଯାଉ ।