ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ : ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ବନ୍ଦ କରୁଥିବା ବିଜେଡ଼ି ବିଧାୟକଙ୍କ ଅଭିଯୋଗ

ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତର ଟ୍ରିବ୍ୟୁନାଲ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସିଡବ୍ଲ୍ୟୁସି

56

କନକ ବ୍ୟୁରୋ : ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କରିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ଅମାତ । ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ରହିଛି । ତଳମୁଣ୍ଡରେ ବିବାଦ ନାହିଁ ।

ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି । ସତୀଘାଟ ଲାଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲ୍ୟୁସି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର ରଖିଛନ୍ତି । ସିଡବ୍ଲ୍ୟୁସି ସ୍ଥଗିତ ରଖିଛନ୍ତି, ଟ୍ରିବ୍ୟୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି । ବିଭାଗ ସିଡବ୍ଲ୍ୟୁସି ସହ ଯୋଗାଯୋଗ ଅଛି । ଟ୍ରିବ୍ୟୁନାଲ ୩ବର୍ଷ ପାଇଁ ହୋଇଥିଲା, ଆଉ ୨ବର୍ଷ ପାଇଁ ବଢିପାରେ ବୋଲି କହିଛନ୍ତି ।