କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ଠାରୁ ଲୋଡିଲେ ଆଇନଗତ ସହାୟତା
ପୂର୍ବତନ ବିଚାରପତିଙ୍କ ସହ ଆଲୋଚନା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ରାଜସ୍ୱ ସଚିବ
କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା ଲୋଡିଛନ୍ତି । ସମସ୍ତ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗୋଟିଏ ମାସର ମହଲତ ଦେଇଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ସହ ବିଚାରବିମର୍ଷ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ରାଜ୍ୟର ବିଭିନ୍ନ ସୀମାରେ ଆନ୍ଧ୍ର ଅନୁପ୍ରବେଶ କରୁଛି । ରାସ୍ତାଘାଟ, ସ୍କୁଲ ଓ ସ୍ୱାସ୍ଥ୍ୟ ଶିବିର କରିବା ସହ ଗତମାସରେ କୋରାପୁଟ କୋଟିଆରେ ନିର୍ବାଚନ ମଧ୍ୟ କରାଇଛି । ସୀମା ବିବାଦ ସୁପ୍ରିମକୋର୍ଟରେ ରହିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ଆନ୍ଧ୍ର ନିର୍ବାଚନ କରିଛି । ଯାହାକୁ ନେଇ ବିବାଦ ଆହୁରି ଉଗ୍ର ହୋଇଛି ।