ରାଜ୍ୟରେ ଆଉ ୧୩୧ ଜଣ ପିଲାଙ୍କୁ କରୋନା : ୨୪ଘଂଟାରେ ୮୮୭ କରୋନା ପଜିଟିଭ ଚିହ୍ନଟ

୬୮ ହଜାର ୭୧୭ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧.୨୯%; ପୁଣି ୬୯ ମୃତ୍ୟୁର ହିସାବ ଦେଲେ ସରକାର

118

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଂଟାରେ ୮୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକୟମିତ ୩୭୨ଜଣ । ରାଜ୍ୟରେ ଆଉ ୧୩୧ ଜଣ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଓ କଟକରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୫୬, ଜଗତସିଂହପୁର ୩୭, ଯାଜପୁରରୁ ୪୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୭ ହଜାର ୩୬୯ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୨୨୬ରହିଛି । ୬୮ ହଜାର ୭୧୭ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୨୯ ପ୍ରତିଶତ ରହିଛି ।