ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର : ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮

295

କନକ ବ୍ୟୁରୋ : ଆଜି ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର । ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬, ସୁନ୍ଦରଗଡରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡରୁ ୨୦୩, , ଅନୁଗୁଳରୁ ୧୮୭, ପୁରୀରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ତଥ୍ୟ ଦେଖିଲେ ଜଣାପଡୁଛି ପଶ୍ଚିମ ଓଡିଶାରେ ପୂର୍ବ ତୁଳନାରେ ସଂକ୍ରମଣ ସଂଖ୍ୟା କମ ରହିଛି । ବିଶେଷକରି ସୁନ୍ଦରଗଡରେ ସଂକ୍ରମଣ ସଂଖ୍ୟା କମ୍ ରହିଛି । କିନ୍ତୁ ଖୋର୍ଦ୍ଧା, କଟକ ଓ ଗଞ୍ଜାମରେ ଉପର ମୁହାଁ ରହିଛି କରୋନା ମିଟର ।