ରାଜ୍ୟରେ ୮ଟି ନୂଆ ପ୍ରକଳ୍ପକୁ ନୀତିଗତ ଅନୁମୋଦନ : ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ମିଳିଲା ମଂଜୁରୀ

ବିନିଯୋଗ ହେବ ୧୨୧୪ କୋଟି, ସୃଷ୍ଟି ହେବ ୨୪୨୭ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ

138

କନକ ବ୍ୟୁରୋ : ରାଜ୍ୟରେ ୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଂଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୮ଟି ନୂଆ ପୁଂଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଅନୁମୋଦନ ପାଇଥିବା ଏହି ୮ଟି ପ୍ରକଳ୍ପରେ ସମୁଦାୟ ୧ ହଜାର ୨୧୪ କୋଟି ଟଙ୍କା ବିନିଯୋଗ ହେବ । ୨୪ ଶହ ୨୭ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଆଇଟିସି ଓ ଫାଲକନ୍ ରିଅଲ୍ ଇଷ୍ଟେଟ୍ ଦ୍ୱାରା ନିର୍ମାଣ ହେବାକୁ ଥିବା ୨ଟି ପଂଚ ତାରକା ହୋଟେଲ, ଏନର୍ଜି ମିନେରାଲ୍ସର ପେଲେଟ୍ ପ୍ଲାଂଟ, ବ୍ରିଟାନିକା ଇଣ୍ଡଷ୍ଟ୍ରିଜର ବିସ୍କୁଟ ସଂପ୍ରସାରଣ ୟୁନିଟ୍ । ଡିଜିଟାଲ୍ ମୋଡରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ଜଳସଂପଦ ସଚିବଙ୍କ ସମେତଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲୋ ।