ପୁରୀରେ ନାବାଳିକା ଦୁଷ୍କର୍ମ ମାମଲା : କେମିତି ରହିଛି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ? ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପିର ପ୍ରତିବାଦ

137

କନକ ବ୍ୟୁରୋ : ପୁରୀରେ ଦୁଷ୍କର୍ମର ଶିକାର ହୋଇଥିବା ୫ ବର୍ଷର ଶିଶୁର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି । ଶିଶୁକୁ ଏସସିବିର ଗାଇନିଂ ବିଭାଗର ଲେବର ରୁମରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟି ବିପଦ ମୁକ୍ତ ଅଛି । ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଶିଶୁଟି ଖାଦ୍ୟ, ପାନୀୟ ସ୍ୱଭାବିକ୍ ଭାବେ ଗ୍ରହଣ କରୁଛି । ତଥାପି ଆଉ କିଛି ଦିନ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

ଏପଟେ ଏହି ଘଟଣାକୁ ନେଇ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେପି ମହିଳା ଓ ଯୁବ ମୋର୍ଚ୍ଚା । ସୋମବାର ଟାଉନ୍ ଥାନା ଅଂଚଳରେ ଏହି ଶିଶୁକୁ ତାଙ୍କ ଛାତ ଉପରେ ଦୁଷ୍କର୍ମ କରି ଦୁର୍ବୃତ ଫେରାର ହୋଇଯାଇଥିଲା । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଛି ।