କନକ ବ୍ୟୁରୋ: ଦଶହରା ବଜାରରେ ଗୋଟିଏ ପଟେ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନାହିଁ । ଅନ୍ୟପଟେ ସର୍ଟ ଓଡ଼ିଆ ଫିଲ୍ମ ‘ବ୍ୟାସେ ଶୁଣୁଛ’ ଭାଇରାଲ ହେବାରେ ଲାଗିଛି । ୧୨ ମିନିଟ ସମୟ ଅବଧିର ଏହି ସର୍ଟ ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଛି । ବ୍ୟାସକବି ଫକୀରମୋହନଙ୍କ ଚିତ୍ର ସାମ୍ନାରେ ଆଜିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରାଯାଉଛି ।
ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟର ସ୍ଥିତି ବର୍ତ୍ତମାନ ସମାଜରେ କେଉଁ ସ୍ତରରେ ଗତି କରୁଛି? ଓଡ଼ିଆ ଭାଷା ପାଇଁ ଲଢିଥିବା ସେହି ମହାନାୟକମାନେ ସତରେ କଣ ଆଜି ଖୁସିରେ ଥିବେ? ଓଡ଼ିଶାର ଦୁଃଖ ଶୁଣିବାକୁ ଯୁବ ସମାଜ କେତେ ଇଚ୍ଛୁକ? ସତରେ କଣ ସେମାନେ ବୁଝୁଛନ୍ତି? ଏହି ସବୁ ପ୍ରଶ୍ନକୁ ନେଇ ନିର୍ମାଣ ହୋଇଛି ସର୍ଟ ଫିଲ୍ମ ‘ବ୍ୟାସେ ଶୁଣୁଛ’ । ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ଏହି ସର୍ଟ ଫିଲ୍ମରେ ଅଭିନେତା ଦୀପାନ୍ୱିତ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି ସିଦ୍ଧାର୍ଥ ଗୌତମ । ସେହିପରି ଏହାର ଲେଖକ ହେଉଛନ୍ତି ସୁମିତ ପଣ୍ଡା ।
Follow Us