ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ଇତିହାସ : ସିନେମା ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

Advertisment
ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ଇତିହାସ : ସିନେମା ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

କନକ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ଇତିହାସ । ସିନେମା ହଲ ନୁହେଁ ବରଂ ସରକାରୀ କଲ୍ୟାଣମଣ୍ଡପର ମୁକ୍ତିଲାଭ କଲା ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ଏକ ସରକାରୀ କଲ୍ୟାଣ ମଣ୍ଡପରେ ଏହି ସିନେମା ମୁକ୍ତିଲାଭ କରିଛି । କଲ୍ୟାଣମଣ୍ଡପକୁ ସିନେମା ହଲ ରୁପ ଦିଆଯାଇଛି । ଦର୍ଶକଙ୍କ ପାଇଁ ୩୦୦ ସିଟର ବ୍ୟବସ୍ଥା ହୋଇଥିବା ବେଳେ ଏଲଇଡି ସ୍କ୍ରିନ୍ ଲାଗିଛି । ଦିନକୁ ୩ଟି ଶୋ ଚାଲିବାକୁ ବ୍ୟବସ୍ଥା କରାଯାଇଛି । ୩ଟି ଶୋ ଚାଲିଥିଲା ସମସ୍ତ ଶୋ ହାଉସଫୁଲ ମଧ୍ୟ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe