ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ନେଇ ଥମୁନି ବିବାଦ : ସିଂହଭୂମ ରେଳ ଷ୍ଟେସନରେ ଲାଗିଥିବା ଫଳକରେ ନାହିଁ ଓଡିଆ ଭାଷାର ଲେଖା

ଚାଇଁବସା ରେଡିଓରେ ଓଡିଆ ଭାଷାର କାର୍ଯ୍ୟକ୍ରମ ପ୍ରସାରଣ ହେଉନଥିବା ଅଭିଯୋଗ କଲେ ରିସର୍ଚର ସନ୍ତୋଷ ଗୌର

81

କନକ ବ୍ୟୁରୋ : ଝାଡଖଣ୍ଡ-ଓଡିଶା ଭିତରେ ଓଡିଆ ଭାଷାକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଥମୁନି । ଦିନକୁ ଦିନ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଏବେ ବି ଝାଡଖଣ୍ଡ ଶିକ୍ଷା ବିଭାଗରେ ‘ଓଡିଆ’ ଦ୍ୱିତୀୟ ଭାଷା ଭାବେ ରହିଛି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହା ସ୍ପଷ୍ଟ କରିଛନ୍ତି । ଓଡିଶା ଭାଷାକୁ କେବଳ ଝାଡଖଣ୍ଡର ଶିକ୍ଷା ବିଭାଗ ଅବହେଳା କରିନାହିଁ, ଅନେକ କ୍ଷେତ୍ରରେ ଓଡିଆ ଭାଷାକୁ ଅଣଦେଖା କରାଯାଉଛି ।

ରେଲୱେ ଷ୍ଟେସନ, ରେଡିଓ ଷ୍ଟେସନରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଝାଡଖଣ୍ଡରେ ପ୍ରଚଳିତ ଓଡିଆ ଭାଷାରେ ଗବେଷଣା କରୁଥିବା ରିସର୍ଚର ସନ୍ତୋଷ ଗୌର । ତାଙ୍କ ଅଭିଯୋଗ ଅନୁସାରେ, ଝାଡଖଣ୍ଡର ଚାଇଁବସାରେ ଅଲ ଇଣ୍ଡିଆ ରେଡିଓ ଷ୍ଟେସନରେ ଓଡିଆ ଭାଷାରେ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ହେଉନାହିଁ । କେବଳ ଏତିକି ନୁହେଁ ଚାଇଁବସାରେ ରେଳ ଷ୍ଟେସନରେ ଲାଗିଥିବା ଫଳକରେ ମଧ୍ୟ ଓଡିଆ ଭାଷାରେ ଲେଖା ନାହିଁ । ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଅଂଚଳରେ ପ୍ରାୟ ୬୦ ପ୍ରତିଶତ ଓଡିଆ ଭାଷାଭାସି ଲୋକ ବସବାସ କରୁଥିବା ସେ ଦାବି କରିଛନ୍ତି ।