ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ରାଜ୍ୟକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଆ ଯବାନ କାହ୍ନୁଚରଣ ।

277

କନକ ବ୍ୟୁରୋ : ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ହେଉଥିବା ପରେଡରେ ଓଡ଼ିଆ ଯବାନ କାହ୍ନୁଚରଣ ମିଶ୍ର ସାମିଲ ହେବା ସହ ରାଜ୍ୟ ପାଇଁ ଆଉ ଗୌରବ ଆଣି ଦେଇଛନ୍ତି । ଦିଲ୍ଲୀ ରାଜପଥରେ ହେଉଥିବା ପରେଡରେ ଓଟ ବାହିନୀରେ ସାମିଲ ହୋଇଛନ୍ତି କାହ୍ନୁ । ଗତ ୨୦୧୦ରୁ ଏହି ଓଟ ବାହିନୀ ସହ ପରେଡରେ ଭାଗ ନେଉଛନ୍ତି କାହ୍ନୁଚରଣ । ସୁନ୍ଦର ନିଶ ସଜ୍ଜା ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା କାହ୍ନୁ ବିଏସଏଫ ଯବାନ ଭାବେ ଦେଶର ସେବା କରୁଛନ୍ତି ।

ସୋର ଅଞ୍ଚଳର କାହ୍ନୁ ଚରଣ ୧୯୯୮ରେ ରାଜସ୍ଥାନର ଯୋଧପୁର ଟ୍ରେନିଂ ହେଡକ୍ୱାର୍ଟରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଏବେ ସେ ପଦୋନ୍ନତି ପାଇ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୦ ମସିହାରୁ କାହ୍ନୁ ଏହି ଓଟବାହିନୀ ସହ ସାମିଲ ହୋଇ ପରେଡରେ ଭାଗ ନେଉଛନ୍ତି । ଏହାପୂର୍ବରୁ ଅନ୍ତର୍ଜାତୀୟ ରାଜସ୍ଥାନ ମରୁ ମହୋତ୍ସବରେ ଉଭୟ ନିଶ ଓ ଓଟ ସଜ୍ଜା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ହୋଇଥିଲେ । ଓଟ ଚାଳନାରେ ଅନେକ ସଫଳତା ହାସଲ କରିଛନ୍ତିୁ କାହ୍ନୁ । ଆଉ ଗତ ୨୦୧୦ ମସିହାରୁ ପରେଡରେ ଭାଗ ନେଇ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବ ଆଣିଛନ୍ତି କାହ୍ନୁ ।