କେରଳରୁ ଓଡିଶା ଫେରୁଛନ୍ତି ଫସି ରହିଥିବା ୧୪୮ ଓଡିଆ । ଏବେବି ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଅନେକ ଲୋକ ।

36

କନକ ବ୍ୟୁରୋ : କେରଳ ବନ୍ୟାରେ ଫଶି ରହିଥିବା ଶତାଧିକ ଓଡ଼ିଆଙ୍କ ମଧ୍ୟରୁ ୧୪୮ ଜଣ ଓଡ଼ିଆ ଆଜି ଏର୍ଣ୍ଣାକୁଲମରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶା ଆସୁଛନ୍ତି । ଅନ୍ୟପଟେ ଓଡ଼ିଆ ଲୋକଙ୍କୁ ଆଣିବା ପାଇଁ ବିଭିନ୍ନ ଟ୍ରେନରେ ସ୍ୱତନ୍ତ୍ର ୪ଟି ବଗି କରାଯାଇଛି । ଏମାନଙ୍କୁ ପର୍ଯ୍ୟାୟକ୍ରମେ ଓଡ଼ିଶା ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରୁ ୨ ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ କେରଳରେ ଫଶିଥିବା ଓଡ଼ିଆଙ୍କୁ ଠାବ କରାଯାଉଛି ।

ସେହିପରି ଗତ ୧୨ ତାରିଖରେ ଓରମାସ ପକ୍ଷରୁ ୨୧ ଜଣ କର୍ମଚାରୀ, ସରସମେଳାର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ବନ୍ୟାରେ ଫଶି ଯାଇଥିଲେ । ଏମାନେ ବର୍ତମାନ କେରଳର ଏକ ଆଶ୍ରୟସ୍ଥଳୀରେ ଅଛନ୍ତି । ଆସନ୍ତା ବୁଧବାର ଏମାନଙ୍କୁ ଓଡିଶା ଅଣାଯିବ ବୋଲି ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଅନ୍ୟପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କେରଳ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି ।