ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାଶଙ୍କ ପରଲୋକ । ୭୧ ବର୍ଷ ବୟସରେ ଅଜିତ ଦାଶଙ୍କ ପରଲୋକ । କରୋନାରେ ପୀଡିତ ଥିଲେ ଅଜିତ ଦାଶ

405

କନକ ବ୍ୟୁରୋ:  ଆରପାରିରେ ଅଜିତ ଦାଶ । ଓଲିଉଡ ଭେଟେରାନ ଅଭିନେତା ଅଜିତ ଦାଶଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା । ସେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଲିଉଡର ହାକିମ ବାବୁ ଭାବେ ପରିଚିତ ଅଜିତ ଆଜି ଆଖି ବୁଜିଛନ୍ତି । ତେବେ ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ ।

ହାକିମ ବାବୁ, କପାଳ ଲିଖନ, ସରପଂଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ, ପରଦେଶୀ ଚଢେଇ ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଭୁଲ ପାରିବେ ନାହିଁ । ହାକିମ ବାବୁରେ ତାଙ୍କ ଉଚ୍ଚକୋଟିର ଅଭିନୟକୁ ଦେଖି ତାଙ୍କ ଫ୍ୟାନ୍ସ ଓଲିଉଡର ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ ।