ସଚିନଙ୍କ ମୁହଁରେ ଦେବାଶିଷଙ୍କ କଥା ! ଗୀତରେ ନେଲେ ଓଡିଆ କ୍ରିକେଟରଙ୍କ ନାଁ

49

କ୍ରିକେଟର ଗଡ କୁହା ଯାଉଥିବା ସଚିନ ତେନ୍ଦୁଲକର ନିକଟରେ ଏକ ଗୀତ ଗାଇ ଚର୍ଚ୍ଚାର ଘେରକୁ ଆସିଛନ୍ତି । ଉକ୍ତ ଗୀତର ନାଁ ହେଲା ‘ସଚିନସ୍ କ୍ରିକେଟ ୱାଲି ବିଟ୍’ । ସଚିନ ତେନ୍ଦୁଲକର ଓ ସୋନୁ ନିଗମ ମିଳିତ ଭାବେ ଏହି ଗୀତକୁ ଗାଇଛନ୍ତି । ସଚିନ ଏହି ଗୀତରେ ଓଡିଶାର ଅନ୍ତର୍ଜାତୀୟ ଖେଳାଳୀ ଦେବାଶିଷ ମହାନ୍ତିଙ୍କୁ ମନେ ପକାଇଛନ୍ତି । ଯାହା ଓଡିଶା ତଥା ଓଡିଶାର କ୍ରିକେଟର ମାନଙ୍କ ପାଇଁ ନିହାତି ଏକ ଗୌରବର ବିଷୟ । ଗୀତରେ ସ୍ଥାନ ପାଇଛି ଦେବାଶିଷଙ୍କ ଫଟୋ ।

ଓଡିଆ ଖେଳାଳି ଦେବାଶିଷ ମହାନ୍ତି ୧୯୯୯ ମସିହାରେ ହୋଇଥିବା ବିଶ୍ୱକପରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶ୍ୱକପରେ ଭାରତର ଦ୍ୱିତୀୟ ସର୍ବାଧିକ ୱିକଟେ ହାସଲ କରିଥିବା ବୋଲର ଭାବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଦେବାଶିଷ ତାଙ୍କ କ୍ରିକେଟ ଜୀବନରେ ମୋଟ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।