ଦିଲ୍ଲୀର ଇଣ୍ଡିଆ ଗେଟରେ ପ୍ରତିଷ୍ଟା ହେବ ସୁଭାଷ ବୋଷଙ୍କ ଷ୍ଟାଚ୍ୟୁ । ନିର୍ମାଣ କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକ

294

କନକ ବ୍ୟୁରୋ : ଇଣ୍ଡିଆ ଗେଟରେ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତି ସ୍ଥାପନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଟ୍ୱିଟ୍ ପରେ ପ୍ରତିମୂର୍ତି ନିର୍ମାଣକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଖ୍ୟାତିସମ୍ପନ୍ନ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆଟର ମହାନିର୍ଦ୍ଦେଶକ ଅଦ୍ୱୈତ୍ୟ ଗଡ଼ନାୟକ ଏହାକୁ ନିର୍ମାଣ କରିବେ । ସେ କହିଛନ୍ତି ପ୍ରତିମୂର୍ତି ନିର୍ମାଣ କାମ ଆରମ୍ଭ ହୋଇ ସାରିଛି । ଅଗଷ୍ଟ ୧୫ ପୂର୍ବରୁ ନିର୍ମାଣ କାମ ଶେଷ ହେବ ଓ ସ୍ୱାଧୀନତା ଦିବସରେ ଏହାକୁ ଇଣ୍ଡିଆ ଗେଟରେ ସ୍ଥାପନ କରାଯିବାର ଯୋଜନା ରହିଛି । ନେତାଜୀଙ୍କ ପ୍ରତିମୂର୍ତି କଳା ମୁଗୁନି ପଥରେ ନିର୍ମାଣ ହେବ । ଏହାର ଉଚ୍ଚତା ରହିବ ୨୮ ଫୁଟ । ପ୍ରତିମୂର୍ତିି ନିର୍ମାଣ ପାଇଁ ପ୍ରାୟ ୩୦ ଶିଳ୍ପୀ ନିୟୋଜିତ ହେବେ । ଦକ୍ଷିଣ ଭାରତର ଅଧିକାଂଶ ଶିଳ୍ପୀଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ଅଦ୍ୱୈତ୍ୟ ଗଡ଼ନାୟକ ।
ପ୍ରତିମୂର୍ତି ପ୍ରସ୍ତୁତ ହେବା ଆଗରୁ ଦିଲ୍ଲୀର ଇଣ୍ଡିଆ ଗେଟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତିକୁ ଅନାବରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ପ୍ରଶ୍ନ ଉଠୁଛି ଏହା କିଭଳି ସମ୍ଭବ ହେବ । ଅସଲି ପ୍ରତିମୂର୍ତି ପରେ ଲାଗିବ, କିନ୍ତୁ ଅନାବରଣ ପୂର୍ବରୁ କରି ଦିଆଯିବ । ଆଜିର ଅତ୍ୟାଧୁନିକ ଯୁଗରେ ଏହା ସମ୍ଭବ । ଟେକ୍ନୋଲୋଜି ବଳରେ ଏହା ସମ୍ଭବପର ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଟେକ୍ନୋଲୋଜି ବଳରେ ଏହି ହାଇଟେକ ଅନାବରଣ କରିବେ ତାକୁ ହୋଲୋଗ୍ରାଫିକ ଟେକନିକ କୁହାଯାଉଛି । ଆପଣଙ୍କ ଟିଭି ସ୍କ୍ରିନରେ ଥିବା ସୁଭାଷ ବୋଷଙ୍କ ଫଟୋଟି ସେହି ହୋଲୋଗ୍ରାଫିକ ପ୍ରତିକୃତୀର ଏକ ଫଟୋଚିତ୍ର ।