କନକ ବ୍ୟୁରୋ: ଟାଇଟନ୍ ନାମକ ସବମାରିନ ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ ହୋଇସାରିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ପାକିସ୍ତାନର ବିଶିଷ୍ଟ ବ୍ୟବସାୟୀ ଶହଜାଦା ଦାଉଦ୍ ଓ ତାଙ୍କ ପୁଅ ସୁଲେମାନ୍ ଦାଉଦ୍ । ୧୯ ବର୍ଷିୟ ସୁଲେମାନ୍ ୫ଜଣ ଯାତ୍ରୀଙ୍କ ମଧ୍ୟରେ ସବୁଠୁ କମ୍ ବୟସର ଥିଲେ । ଏବେ ତାଙ୍କର ଏଭଳି ଭୟଙ୍କର ମୃତ୍ୟୁରେ ପାକସ୍ତାନରେ ଥିବା ପରିବାର ଲୋକ ବିକଳ ହେଉଛନ୍ତି ।

Advertisment

ସୁଲେମାନଙ୍କ ସମ୍ପର୍କୀୟଙ୍କ କହିବା କଥା ସୁଲେମାନ୍ ପାଣି ଭିରତକୁ ଯିବାକୁ ଚାହୁଁନଥିଲା, ଭାରି ଡରୁଥିଲା । ହେଲେ ତାଙ୍କ ବାପା ଶହଜାଦା ସମୁଦ୍ର ଭିତରର ଦୃଶ୍ୟ ଦେଖିବାକୁ ବେଶ୍ ଆଗ୍ରହୀ ଥିଲେ । ତେଣୁ ଫାଦର୍ସ ଡେ ଅବସରରେ ବାପାଙ୍କୁ ଖୁସି କରିବାକୁ ଭୟ ଥିଲେ ବି ଟାଇଟାନିକ୍ ଜାହାଜ ଦେଖିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ହେଲେ ତାଙ୍କ ଭୟ ମୃତ୍ୟୁରେ ପରିଣତ ହୋଇଥିଲା ।

ପାଣି ଭିତରକୁ ଯିବାର ୨ ଘଣ୍ଟା ପରେ ହିଁ ସବମାରିନ୍ ଟାଇଟନରେ ବିସ୍ଫୋରଣ ହୋଇଥିଲା ଫଳରେ ଯାତ୍ରୀଙ୍କ ସହ କୌଣସି ଯୋଗଯୋଗ ହୋଇପାରିନଥିଲା । ଶେଷରେ ସମସ୍ଥଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ସବମାରିନ୍ ପଠାଇଥିବା କମ୍ପାନୀ ଓସେନ୍ଗେଟ୍ ।