ନବୀନଙ୍କ ନୂଆ ଟିମରେ ଶପଥ ନେଲେ ଉଷା ଦେବୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

135

କନକ ବ୍ୟୁରୋ: ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ଉଷା ଦେବୀ । ପୂର୍ବରୁ ୨୦୧୧ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଉଷାଦେବୀ । ଗଞ୍ଜାମର ହେଭିୱେଟ୍ ନେତ୍ରୀ ଚିକିଟି ବିଧାୟିକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ୧୯୯୦ରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟିକାଙ୍କୁ ନବୀନ ପଞ୍ଚମ ପାଳିରେ ନିଜ ନୂଆଟିମକୁ ଉଷାଦେବୀଙ୍କୁ ଭରସିଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।