କେନ୍ଦ୍ରମନ୍ତ୍ରୀଙ୍କୁ OAS ସଂଘର ଚେତାବନୀ । ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ନକଲେ ଆଗକୁ ମନ୍ତ୍ରୀଙ୍କୁ ସହଯୋଗ ନକରିବାକୁ ଧମକ । 

443

କନକ ବ୍ୟୁରୋ : ନେତା ଓ ଅଧିକାରୀଙ୍କ ଭିତରେ ବିବାଦ ସବୁବେଳେ ଲାଗି ରହିଥାଏ । କିନ୍ତୁ ଏଥର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସ୍ୱଭାବକୁ ନାପସନ୍ଦ କରି ରାସ୍ତାକୁ ଓହ୍ଲାଇଛି ଓଏଏସ ସଂଘ । କେନ୍ଦ୍ରମନ୍ତ୍ରୀ ଟୁଡୁ ଦୁଇଟି ଜାଗାରେ ଅଧିକାରୀଙ୍କୁ ପାଟି କରିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଆଉ ପରେ ଏକ ଫୋନ କଲକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କେନ୍ଦ୍ରମନ୍ତ୍ରୀ ଯଦି ଆଗକୁ ଆଚରଣ ଓ ବ୍ୟବହାର ପରିବର୍ତନ ନକରନ୍ତି, ତାଙ୍କୁ ସହଯୋଗ କରାଯିବନି ବୋଲି ଓଏଏସ ସଂଘ ଚେତାବନୀ ଦେଇଛି ।

ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ବିବାଦ । “ଆଚରଣ ନବଦଳାଇଲେ କରାଯିବ ଅସହଯୋଗ’ । ନେତା ଓ ଅଧିକାରୀଙ୍କ ବିବାଦ କିଛି ନୂଆ କଥା ନୁହେଁ  । ହେଲେ ଏକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଏହି କଡ଼ା ସ୍ୱଭାବକୁ ନେଇ ରାସ୍ତାକୁ ଓହ୍ଲାଇଛି ଓଏଏସ ସଂଘ । ସଂଘ କହିଛି ବିନା କାରଣରେ ମନ୍ତ୍ରୀ ଏଭଳି ଆଚରଣ ଦେଖାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଯଦି ଆଗକୁ ଆଚରଣ ଓ ବ୍ୟବହାର ପରିବର୍ତନ ନକରନ୍ତି, ତାଙ୍କୁ ସହଯୋଗ କରାଯିବନି ବୋଲି ସଂଘ ଚେତାବନୀ ଦେଇଛି । ଏହାସହ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କ ମାଧ୍ୟମରେ ଘଟଣା ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଓଏଏସ୍ ସଂଘ ସଭାପତି କହିଛନ୍ତି  ।

ଲଗାତର ଦୁଇ ଦିନରେ କେନ୍ଦ୍ରମନ୍ତ୍ରୀ ଟୁଡୁ ଦୁଇଟି ଜାଗାରେ ଅଧିକାରୀଙ୍କୁ ପାଟି କରିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ପ୍ରଥମେ କେନ୍ଦୁଝର ଓ ପରେ କୁଚିଣ୍ଡା । ଗତ ୯ ତାରିଖରେ ବାରିପଦା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଫୋନରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।