ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ! ଅଭିଯୁକ୍ତକୁ ଗିରଫ କରିଛି ପୁଲିସ

22

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ ସେହି କଲେଜର କ୍ୟାଂଟିନ ବୟ ଲକ୍ଷ୍ମଣ ବଳ । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି । ଅନ୍ୟପଟେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୩୧ ତାରିଖରେ କଲେଜ କ୍ୟାମ୍ପସ ଛାତ୍ରୀ ନିବାସର ଛାତ ଉପରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ସେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।