ଉଦୟପୁର ହତ୍ୟା ପାଇଁ ନୁପୂର ଶର୍ମାଙ୍କୁ ଦାୟୀ କଲେ ସୁପ୍ରିମ କୋର୍ଟ, ଜାଣନ୍ତୁ ନୁପୂରଙ୍କୁ ନେଇ କୋର୍ଟଙ୍କ ୧୦ ଟି ବୟାନ

681

କନକ ବ୍ୟୁରୋ : ମୁସଲିମ୍ ସଂପ୍ରଦାୟର ଧର୍ମଗୁରୁ ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମା । ନୁପୂରଙ୍କ ବୟାନକୁ ନେଇ ସାରା ଦେଶରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହାସହ ଏହି ଘଟଣାକୁ ନେଇ ଏବେ ରାଜସ୍ଥାନର ଉଦୟପୁରରେ କହ୍ନ୍ରେୟାଲାଲ ନାମକ ଜଣେ ଦର୍ଜୀଙ୍କୁ ହତ୍ୟା ବି କରାଯାଇଛି । ଏସବୁ ଭିତରେ ନୁପୂର ଶର୍ମାଙ୍କ ବିରୋଧରେ ଆଜି ସୁପ୍ରିମ କୋର୍ଟ କଠୋର ଟିପ୍ପଣୀ ଦେଇଛନ୍ତି । ନୁପୂର ଶର୍ମାଙ୍କ ଉପରେ ହୋଇଥିବା ଅଭିଯୋଗର ଶୁଣାଣି କରି କୋର୍ଟ କହିଛନ୍ତି କି ଏଭଳି ବିବାଦୀୟ ଓ ଧାର୍ମିକ ଭାବନାକୁ ଆଘାତ କରିବା ଭଳି ଟିପ୍ପଣୀ ଦେଇଥିବାରୁ ନୁପୂର ଶର୍ମା ଟିଭିରେ ସାରା ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ । ଅନ୍ୟପଟେ ନୁପୂର ଶର୍ମା ବି ନିଜ ଜୀବନ ପ୍ରତି ବିପଦ ଥିବା ନେଇ କୋର୍ଟରେ ଏକ ଆବେଦନ କରିଥିଲେ । ଏହାକୁ ନେଇ କୋର୍ଟ କହିଛନ୍ତି କି, ନୁପୂର ଶର୍ମାଙ୍କ ପ୍ରତି ବିପଦ ନାହିଁ ବରଂ ସେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି । କୋର୍ଟ ଆହୁରି କହିଛନ୍ତି କି ରାଜସ୍ଥାନର ଉଦୟପୁର ଠାରେ ଦର୍ଜୀ କହ୍ନେୟାଲାଲଙ୍କ ହତ୍ୟା ପାଇଁ ନୁପୂରଙ୍କ ବୟାନ ଦାୟୀ ବୋଲି ସେ କହିଛନ୍ତି ।

ନୁପୂର ଶର୍ମାଙ୍କ ଉପରେ କୋର୍ଟଙ୍କ ବୟାନ

  • ‘ଟିଭିରେ ସାରାଦେଶବାସୀଙ୍କୁ କ୍ଷମା ମାଗନ୍ତୁ ନୁପୂର ଶର୍ମା’
  • ‘କ୍ଷମା ମାଗିବା ଓ ବୟାନ ପ୍ରତ୍ୟାହାର କରିବାରେ ଡେରି କରିଛନ୍ତି ନୁପୂର’
  • ‘ଉଦୟ ପୁର ଘଟଣା ପାଇଁ ନୁପୂର ଶର୍ମାଙ୍କ ବୟାନ ଦାୟୀ’
  • ‘ନୁପୂରଙ୍କ ଜୀବନ ପ୍ରତି ବିପଦ ଥାଇପାରେ କିନ୍ତୁ ନିଜେ ନୁପୂର ଦେଶର ସୁରକ୍ଷା ପାଇଁ ବିପଦ ପାଲଟିଛନ୍ତି’
  • ‘ପେଗାମ୍ବରଙ୍କ ଉପରେ ନୁପୂର ଶର୍ମାଙ୍କ ବୟାନ ଏକ ଶସ୍ତା ଲୋକପ୍ରିୟତା ପାଇଁ କରାଯାଇଛି’
  • ‘ନୁପୂରଙ୍କ ଉପରେ ଥାନାରେ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ କ’ଣ ଆକ୍ସନ ନେଇଛି ?’
  • ‘ନୁପୂର ଶର୍ମା ଏକ ରାଜନୈତିକ ଦଳର ପ୍ରବକ୍ତା ଥିବାରୁ କ୍ଷମତା ବଳରେ ସେ ଏଭଳି ବୟାନ ଦେବାକୁ ସାହାସ କରିଥିଲେ’
  • ‘ଯାଂଚରେ ସହଯୋଗ କରିବାକୁ ନୁପୂରଙ୍କ କ’ଣ ରେଡ କାର୍ପେଟରେ ସ୍ୱାଗତ କରାଯିବ କି ?’