ଦେଶରେ ଅଣାୟତ କରୋନା ସ୍ଥିତି । ୨୪ ଘଂଟାରେ ୧.୫ ଲକ୍ଷ ପାର ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା । ୮୩୯ ମୃତ

83

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଭୟାନକ ରୂପ ନେବାରେ ଲାଗିଛି । ଦୈନିକ ଅହେତୁକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୫୨,୮୭୯ ରେ ପହଂଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ମୂୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧,୫୨,୮୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଗତ ୨୪ ଘଂଟାରେ ୯୦,୫୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧,୬୯,୨୭୪ କୁ ବୃଦ୍ଧି ପାଇଛି ଓ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୩,୫୮,୫୦୮ ରେ ପହଂଚିଛି   ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଟିକା ମହୋତ୍ସବ ପାଳନ କରାଯାଉଛି । କହିରଖୁ କି ଦେଶରେ ୮୫ ଦିନ ମଧ୍ୟରେ ଦେଶରେ ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।