ଆଉ ଏକ ଅଲୋଡ଼ା ରେକର୍ଡ କଲା ଭାରତ : ୩ ଲକ୍ଷ ଟପିଲା ଦେଶରେ କରୋନା ମୃତକଙ୍କ ସଂଖ୍ୟା

ଆମେରିକା, ବ୍ରାଜିଲ ପରେ ତୃତୀୟ ଦେଶ ବନିଲା ଭାରତ

168

କନକ ବ୍ୟୁରୋ : କରୋନା ଯୋଗୁଁ ଦେଶରେ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଏଭଳି ଏକ ସମୟରେ ଅଭିନବ ପ୍ରୟାସ କରିଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ । ରୋଗୀଙ୍କ ମନରୁ ଚାପ ହଟାଇବା ପାଇଁ କୋଭିଡ୍ ହସ୍ପିଟାଲ ଭିତରେ ନାଚଗୀତର ଆୟୋଜନ କରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ଡକ୍ଟର ଚନ୍ଦ୍ରମା ଦୟାନନ୍ଦ ହସପିଟାଲ୍ରୁ ଆସିଥିବା ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

କରୋନାରେ ଅନେକ ଲୋକ ଗୁରୁତର ହେବା ସହ ପ୍ରାଣ ହରାଇଥିବା ଖବର ରୋଗୀଙ୍କ ମନରେ ଅହେତୁକ ଆଶଙ୍କା ସୃଷ୍ଟି କରୁଛି । ମାନସିକ ଚାପ ଓ ବିଷାଦ ଯୋଗୁଁ ପରିସ୍ଥିତି ଅଧିକ ବିିଗିଡ଼ି ଯାଉଛି । ଏପରି ସମୟରେ ରୋଗୀଙ୍କୁ ଚାପ ମୁକ୍ତ ରଖିବା ପାଇଁ ବେଙ୍ଗାଲୁରୁ ସ୍ଥିତ ଏହି ହସପିଟାଲରେ ସ୍ୱାସ୍ଥ୍ୟ କର୍ମୀମାନେ ଫିଲ୍ମ ଗୀତର ତାଳେ ତାଳେ ନିଜେ ନାଚିବା ସହ ରୋଗୀଙ୍କୁ ମଧ୍ୟ ନଚାଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।