ମହାବଳ ‘ମହାବୀର’ର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ ? ଏନଟିସିଏର ରିପୋର୍ଟ ପରେ ବଢ଼ିଲା ସନ୍ଦେହ

କାର୍ଯ୍ୟାନୁଷ୍ଠାନ ପାଇଁ ଏନଟିସିଏର ସୁପାରିଶ

82

କନକ ବ୍ୟୁରୋ: ମହାବଳ ମହାବୀରର ମୃତ୍ୟୁ ଶିକାର ଯୋଗୁଁ ହୋଇଛି । ବାଘ ମୃତ୍ୟୁର ତଦନ୍ତ ସଠିକ୍ ଢଙ୍ଗରେ ହୋଇନାହିଁ ଏବଂ ତଥ୍ୟ ଲୁଚାଇବାକୁ ଉଦ୍ୟମ କରାଯାଇଛି । ପିସିସିଏଫଙ୍କୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ଏନଟିସିଏ ଦେଇଥିବା ଚିଠିରେ ଏହା ସ୍ପଷ୍ଟ ହୋଇଛି । ଏହାପରେ ପୁଣି ଥରେ ଫେରିଛି ମହାବୀର ମୃତ୍ୟୁ ଚର୍ଚ୍ଚା ।

ମହାବଳର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ? ଏନଟିସିଏର ରିପୋର୍ଟ ପରେ ବଢ଼ିଲା ସନ୍ଦେହ । ପିସିସିଏଫଙ୍କୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନଟିସିଏ ଦେଇଥିବା ଚିଠିରେ ଏହା ସ୍ପଷ୍ଟ ହୋଇଛି । ଘଟଣାସ୍ଥଳର ଅନୁଧ୍ୟାନ ପରେ ଆସିଥିବା ରିପୋର୍ଟ ଆଧାରରେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ଏନଟିସିଏ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଚିଠିରେ ଉଲ୍ଲେଖ କରିଛି –

ମହାବୀର ମୃତ୍ୟୁ ଶିକାର ଯୋଗୁଁ ହୋଇଛି

ଏନେଇ ସଠିକ ଢ଼ଙ୍ଗରେ ତଦନ୍ତ ହୋଇନାହିଁ

ତଥ୍ୟ ଲୁଚାଇବାକୁ ହୋଇଛି ଉଦ୍ୟମ

ଏନଟିସିଏର ଆଇଜି ସାତକୋଶିଆ ବାଘ୍ର‌୍ୟ ଅଭୟାରଣ୍ୟ ପରିଦର୍ଶନ କରିବା ପରେ ଦେଇଥିବା ରିପୋର୍ଟ ଆଧାରରେ ପିସିସିଏଫଙ୍କୁ ଏହି ଚିଠି ଲେଖାଯାଇଛି । କିନ୍ତୁ ଏହି ଚିଠି ଏବେ ସନ୍ଦେହକୁ ଆହୁରି ମଜବୁତ କରିଛି ।

ଏଠାରେ ଆମ କହି ରଖୁଛୁ କି, ରେଡିଓ କୋଲାର ଲାଗିଥିବା ବାଘର ଗତିବିଧି ଲକ୍ଷ୍ୟ କରିବାରେ ବିଫଳ ହୋଇଥିଲା ବନ ବିଭାଗ । ଏପରିକି ମୃତ ମହାବୀର ପାଖରେ ପହଁଚିବାକୁ କର୍ମଚାରୀଙ୍କୁ ଲାଗିଯାଇଥିଲା ଦୀର୍ଘ ୨୪ ଘଂଟାରୁ ଅଧିକ ସମୟ । କିନ୍ତୁ ଏହା ଉପରେ ଏକ ପ୍ରକାର ପରଦା ଘୋଡାଇବାକୁ ଚେଷ୍ଟା କରିଥିଲେ ବନ ବିଭାଗ ଅଧିକାରୀ ।

କିନ୍ତୁ ଆରସିସିଏଫଙ୍କ ଏହି ମତ ଉପରେ ମୂଳରୁ ପ୍ରଶ୍ନ ଉଠାଇ ଆସୁଛନ୍ତି ବିଶେଷଜ୍ଞ । ଏନଟିସିଏ ଏହି ଚିଠିରେ ତଥ୍ୟ ଲୁଚାଇବା ପରି ସାଂଘାତିକ କାମ କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।