ଶ୍ରୀମନ୍ଦିରର ସୁରକ୍ଷା ଯାଂଚ କରିବ ଏନଏସଜି : ଆସନ୍ତା ୧୮ରେ ୫ଜଣିଆ ଏନଏସଜି ଟିମ୍ କରିବେ ସମୀକ୍ଷା

ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଚିଠି ଲେଖିଲା ଏନଏସଜି ମୁଖ୍ୟାଳୟ ; ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ ଏଏସଆଇ କତୃପକ୍ଷଙ୍କୁ ଚିଠି

113

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ଯାଂଚ କରିବ ଏନଏସଜି । ଆଗାମୀ ୧୮ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଏକ ୫ ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବ ବୋଲି ଜଣାପଡିଛି । ତେବେ ଏହି ଟିମ୍ ପହଂଚିବା ପରେ ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବାକୁ ଏନଏସଜି ମୁଖ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ କର୍ତୃପକ୍ଷଙ୍କୁ ଏହି ଚିଠି ଲେଖାଯାଇଛି । ଶ୍ରୀମନ୍ଦିରରେ ଗ୍ରହଣ କରାଯାଉଥିବା ସୁରକ୍ଷା ବାବଦରେ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ଜଣେ ଲିଆସନିଂ ଅଫିସର ଯୋଗାଇ ଦେବାକୁ କୁହାଯାଇଛି । ଏହାବାଦ ଯାଂଚ ଟିମ୍ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କୁହାଯାଇଛି । ସେମାନଙ୍କ ରହିବା, ବୁଲିବା ଓ ପରିବହନ ପାଇଁ ମଧ୍ୟ ସହାୟତା କରିବାକୁ ଚିଠିରେ ଉଲ୍ଲେଖ ରହିଛି ।