ବିଦା ହେବେ ବାଂଲାଦେଶୀ । ଓଡିଶାରେ ଲାଗୁ ହୋଇପାରେ ଏନଆରସି । ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ ।

784

କନକ ବ୍ୟୁରୋ : ଓଡିଶାରେ ଲାଗୁ ହୋଇପାରେ ଜାତୀୟ ନାଗରିକ ପଂଜୀକରଣ ବା ଏନଆରସି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡିଶାର କେନ୍ଦ୍ରାପଡାରେ ଏନଆରସି ଲାଗୁ ନେଇ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ଗତ ଜାନୁଆରୀ ମାସରେ ଓଡିଶା ହାଇକୋର୍ଟ, ଏନଆରସି ଲାଗୁ ନେଇ ଦେଇଥିବା ରାୟକୁ ଲାଗୁ କରାଯାଉ । ଓଡିଶାର କେନ୍ଦ୍ରାପଡା ଜିଲ୍ଲାରେ ବେସରକାରୀ ଭାବେ ୭ ଲକ୍ଷରୁ ଅଧିକ ବାଂଲାଦେଶୀ ବେଆଇନ୍ ଭାବେ ପ୍ରବେଶ କରି ବସବାସ କରୁଥିବା ନେଇ ସୂଚନା ରହିଛି ।

ଓଡିଶାରେ ଲାଗୁ ହେବ ଏନଆରସି ? ରେଜିଷ୍ଟ୍ରାର ଜେନେରାଲଙ୍କୁ ସୁପାରିଶ କଲା ଗୃହ ମନ୍ତ୍ରାଳୟ । ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହି ଚିଠି ଲେଖିଛି ଗୃହ ମନ୍ତ୍ରାଳୟ । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲଙ୍କ ଇମେଲ୍ ଆଧାରରେ ଏହି ଚିଠି ଲେଖାଯାଇଛି । ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ସଂପର୍କରେ ଉଲ୍ଲେଖ କରି ଚିଠିରେ ଲେଖାଯାଇଛି ଯେ କୋର୍ଟଙ୍କ ଆଦେଶକୁ ପାଳନ କରାଯାଉ । କୋର୍ଟ କ’ଣ ରାୟ ଦେଇଥିଲେ, ସେ ନେଇ ଚିଠିରେ ଉଲ୍ଲେଖ ରହିଛି ।

ଗତ ଜାନୁଆରୀ ୨୧ରେ ରାୟ ଦେଇ କୋର୍ଟ କହିଥିଲେ, ଓଡ଼ିଶା ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିକୁ ସହାୟତା କରୁଥିବା ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆମିକସ କ୍ୟୁରିଙ୍କ ଇ-ମେଲକୁ ରେଜିଷ୍ଟ୍ରାର ଜେନେଲାଲକୁ ପଠାଇଛି ଗୃହ ମନ୍ତ୍ରଣାଳୟ । ଏହି ଇମେଲ ପାଇବା ପରେ କେନ୍ଦ୍ରାପଡ଼ାରେ ଏନଆରସି ଲାଗୁ ପାଇଁ ସୁପାରିଶ କରିଛି ଗୃହ ମନ୍ତ୍ରାଳୟ ।

ସମୁଦ୍ର ବାଟ ଦେଇ କେନ୍ଦ୍ରାପଡ଼ାରେ ପହଁଚୁଛନ୍ତି ବାଂଲାଦେଶୀ । ବର୍ଷ ବର୍ଷ ଧରି ଚାଲିଛି ଅବାଧ ଅନୁପ୍ରବେଶ । ବେଆଇନ ଭାବେ ସମୁଦ୍ର ବାଟ ଦେଇ ବିନା ବାଧାରେ କେନ୍ଦ୍ରାପଡ଼ାରେ ପହଁଚୁଛନ୍ତି ବାଂଲାଦେଶୀ । ବର୍ଷ ବର୍ଷ ଧରି ଚାଲିଛି ଏଭଳି ଅନୁପ୍ରବେଶ, ନା’ ଅଛି ସରକାରୀ କଟକଣା, ନା’ ଅଛି ଆଇନର ଅଙ୍କୁଶ । ବେସରକାରୀ ଭାବେ କେବଳ କେନ୍ଦ୍ରାପଡ଼ାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏବେ ୭ଲକ୍ଷ ଉପରେ । ତେବେ ଗବେଷକଙ୍କ ମତରେ ସରକାରଙ୍କ ନରମ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏହାଠାରୁ ଢ଼େର ଅଧିକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସାରା ଦେଶରେ ଏନଆରସି ଲାଗୁ ହେବ । ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଗୃହ ମନ୍ତ୍ରାଳୟ ଚିଠି ଦେବା ପରେ କେନ୍ଦ୍ରପଡାରେ ଖୁବଶୀଘ୍ର ଏନଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି ।