ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।

206

କନକ ବ୍ୟୁରୋ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ    । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ରାଜ୍ୟରେ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
କିନ୍ନର ମାନଙ୍କୁ ସିପିହୀ ପଦବୀରେ ନିଯୁକ୍ତି ଦେବାର ସମ୍ପୁର୍ଣ୍ଣ କ୍ଷମତା ପୋଲିସ ଅଧିକ୍ଷକଙ୍କ ପାଖରେ ରହିବ ଓ ଦାରୋଗା ପଦବୀରେ ନିଯୁକ୍ତି ଦେବାର ଅଧିକାର ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ରହିବ ବୋଲି ସୂଚନା ମିଳିଛି । ଏହାସହ ଆଗାମୀ ଦିନରେ ପୋଲିସ ବିଭାଗରେ କିନ୍ନରଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏହି କ୍ରମରେ ପ୍ରତି ୫ ଶହ ସାଧାରଣ ପୋଲିସ ପଦବୀ ନିଯୁକ୍ତିରେ ଗୋଟିଏ ପଦବୀ କିନ୍ନରଙ୍କ ପାଇଁ ସଂରକ୍ଷିତ ରହିବ । ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ଭଳି ରହିବ ବୋଲି ଘୋଷଣାପତ୍ରରେ କୁହାଯାଇଛି ।
କହିରଖୁ କି ୨୦୧୯ ମସିହାରେ ବିହାରରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ପ୍ରଥମଥର ପାଇଁ ରୋଜଗାର ଏକ ମୁଦ୍ଦା ପାଲଟିଥିଲା । ଏଥିରେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ସରକାର ଗଠନ କଲେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିବା ବେଳେ ଏହାକୁ ନେଇ ନୀତିଶ ଓ ବିଜେପି କଟାକ୍ଷ କରୁଥିଲେ ।