ଏଣିକି ଫେସବୁକରେ କରିପାରିବେ ରାପ୍ । ଯୁବପୀଢିଙ୍କ ପାଇଁ ଫେସବୁକ ଆଣୁଛି ନୂଆ ଆପ୍ଲିକେସନ ‘ବାରସ’ ।

157

କନକ ବ୍ୟୁରୋ: ବଲିଉଡରେ ଧୁମ୍ ମଚାଇଥିବା ଲୋକପ୍ରିୟ ରାପର୍ ହନି ସିଂ, ବାଦସାଙ୍କ ଭଳି ରାପ କରିବାକୁ ଚାହୁଁଥିବା ଯୁବପୀଢିଙ୍କ ପାଇଁ ଫେସବୁକ୍ ଆଣୁଛି ନୂଆ ଆପ୍ଲିକେସନ୍ । ଫେସ୍‌ବୁକ୍‌ର ନିଉ ପ୍ରଡକ୍ଟ ଏକ୍ସପେରିମେଣ୍ଟେସନ୍‌(ଏନ୍‌ପିଇ) ଟିମ୍‌ ବ୍ୟବହାରକାରୀଙ୍କ ପାଇଁ ‘ବାର୍‌ସ’ ନାମକ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛନ୍ତି। ଯାହାକି ରାପର୍‌ମାନଙ୍କୁ ବିଟ୍‌ସ ପ୍ରଦାନ କରିବା ସହ ରାପିଂ କରି ସେୟାର୍‌ କରିବାର ସୁଯୋଗ ପ୍ରଦାନ କରିବ।

ଏହି ଆପରେ ଉପଲବ୍ଧ ଥିବା ବିଟ୍ସକୁ ବ୍ୟବହାର କରି ଯୁବପୀଢି ରାପ୍ କରିପାରିବେ । ମ୍ୟୁଜିକର ତାଳେ ତାଳେ ନିଜ ଭଏସକୁ ମଡ୍ୟୁଲେସନ୍ କରିପାରିବେ । କେବଳ ଏତିକି ନୁହେଁ ଏହା ସହିତ ଏହି ଆପ ଜରିଆରେ ଆପଣ ଭିଡିଓ ବି ବନାଇପାରିବେ । ଅର୍ଥାତ୍, ଆପଣ ଯାହାବି ରାପ କରିବେ ଏବଂ ଆକ୍ସନ କରିବେ ସେସବୁକୁ ଭିଡିଓ ରେକର୍ଡ ମଧ୍ୟ କରିପାରିବେ ।

ଯେଉଁମାନେ ରାପିଂରେ ନିଜ କ୍ୟାରିୟର୍‌ ବନାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଲାଭପ୍ରଦ ସାବ୍ୟସ୍ତ ହେବ । ଏଥିରେ ୬୦ ସେକେଣ୍ଡ୍‌ର ରାପିଂ ଭିଡିଓ ବନାଇ ହେବ । ଆପ୍‌ରେ ଏକ ଅଟୋଟିଉନ୍‌ ଫିଚର୍‌ ବି ଉପଲବ୍ଧ। ଏହି ଭିଡିଓକୁ ଫୋନ୍‌ରେ ସେଭ୍‌ କରାଯାଇ ଏହାକୁ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର୍‌ କରାଯାଇ ପାରିବ ।

ଏହି ଆପ୍ ଏପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦେଶଗୁଡ଼ିକରେ ଉପଲବ୍ଧ ହୋଇ ନାହିଁ । ଏହି ଆପ୍‌ ଏବେ ଆମେରିକାର ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ । ଆଗ୍ରହୀ ବ୍ୟବହାରକାରୀମାନେ ଏବେଠାରୁ ଆପ୍‌ର ୱେଟ୍‌ଲିଷ୍ଟ୍‌ ପାଇଁ ସାଇନ୍‌ ଅପ୍‌ କରିପାରିବେ। କେବଳ ଆମେରିକାରେ କାର୍ୟ୍ୟକ୍ଷମ । ହୋଇଥିବା ଏହି ଆପ୍‌ଟି ଖୁବ୍‌ ଶୀଘ୍ର ସବୁ ଦେଶର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ‌କରାଯିବ ବୋଲି କମ୍ପାନି ଆଶାୟୀ ।

ତେବେ ଏହି ଆପଟି ଆମ ଦେଶରେ ଲଞ୍ଚ ହେଲେ ଯେଉଁମାନଙ୍କ ଭିତରେ ଟ୍ୟାଲେଣ୍ଟ ଅଛି କିନ୍ତୁ ସେମାନେ ନିଜକୁ ଆକଗୁ ଆଣି ପାରୁନାହାନ୍ତି । ସେମାନେ ଏହି ଆପ ମାଧ୍ୟମରେ ନିଜକୁ ପ୍ରମାଣ କରିପାରିବେ । ଆଉ ପ୍ରତ୍ସାହନ ଏବଂ ଅର୍ଥ ଅଭାବରୁ ଲୁଚିଯାଉଥିବା କଳାକାର ଏହି ଆପ୍ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରି ନିଜର ଭବିଷ୍ୟତ ତିଆରି କରିପାରିବେ ବୋଲି ଆଶା କରାଯାଉଛି ।