ଗୁଜରାଟରେ ରିଲିଜ ହେବନି ବଲିଉଡ ଚଳଚ୍ଚିତ୍ର ପଦ୍ମାବତୀ । ସଂଜୟ ଲୀଳା ଭଂସାଲିଙ୍କ ଏହି ବହୁଚର୍ଚ୍ଚିତ ସିନେମାକୁ ବ୍ୟାନ କରିଛି ଗୁଜରାଟର ବିଜେପି ସରକାର । ଇତିହାସକୁ ବିକୃତ କରାଯାଇଥିବା ଅଭିଯୋଗରେ ପ୍ରଥମେ ମଧ୍ୟପ୍ରଦେଶ ଏହା ଉପରେ ନିଷେଧାଦେଶ ଜାରି କରିବା ପରେ ଏବେ ଗୁଜରାଟ ସେହି ରାସ୍ତା ଆପଣେଇଛି ।
ନିର୍ବାଚନ ଆସୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଗୁଜରାଟ ସରକାର ଏମି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଛନ୍ତି । ଗୋଟିଏ ପଟେ ବିରୋଧ ଜୋର ଧରୁଥିବା ବେଳେ ଫିଲ୍ମର ରିଲିଜ ତାରିଖକୁ ଘୁଂଚାଇ ଦେଇଛନ୍ତି ନିର୍ମାତା ।
ଇତିହାସ କହୁଛି ରାଜା ରତନ ସିଂହଙ୍କ ମୃତ୍ୟୁ ପରେ ନିଆଁରେ ଝାସ ଦେଇ ମୃତ୍ୟୁବରଣ କରିଥିଲେ ରାଣୀ ପଦ୍ମାବତୀ । କିନ୍ତୁ ଫିଲ୍ମର ଟ୍ରେଲରରେ ଆଲ୍ଲାଉଦିନ ଖିଲିଜଙ୍କ ସହ ପଦ୍ମାବତୀଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଯାହାକୁ ନେଇ ତାତି ଉଠିଛନ୍ତି ରାଜପୁତ ସଂଗଠନ ଗୁଡିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/padmavati-2.jpg)