କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବୀ ନୋଭାଭ୍ୟାକ୍ସ ଟିକା । ସେରମ ଇନଷ୍ଟିଚ୍ୟୁଟରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଉତ୍ପାଦନ ।

248

କନକ ବ୍ୟୁରୋ : ଆମେରିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନୋଭାଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିଛି । ଏହି ଟିକା କରୋନା ବିରୋଧ ଏଢେଇରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । ତେଣୁ ନୋଭାଭ୍ୟାକ୍ସର ମଜବୁତ ୍ଡାଟା ଆଧାରରେ ଉତ୍ପାଦନ ସହଯୋଗୀ ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଭାଗିଦାରୀ ଉତ୍ପାଦକ ଭାବେ ଟିକା ପ୍ରସ୍ତୁତ କରିବାକୁ କହିପାରେ !

ନୋଭାଭ୍ୟାକ୍ସ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଗୋଟିଏ ବର୍ଷରେ ୨୦୦ ଡୋଜ ଟିକା ପ୍ରସ୍ତୁତ କରିବାକୁ କଥା ଦେଇଛନ୍ତି । ୨୦୨୦ ମସିହା ଅଗଷ୍ଟ ମାସରେ ଏଭଳି ଏକ ଚୁକ୍ତି ଭାରତ ସରକାର, ନୋଭାଭ୍ୟାକ୍ସ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ହୋଇଥିଲା । ଏବେ ସେପ୍ଟେମ୍ବର ରୁ ଡିସେମ୍ବର ମଧ୍ୟରେ ନୋଭାଭ୍ୟାକ୍ସ ଟିକା ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବ ନୋଭାଭ୍ୟାକ୍ସ ଟିକା କରୋନାର ବିଭିନ୍ନ ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ହେବ । ତେଣୁ ଏହି ଟିକାକୁ ଦେଶରେ ଜୁରିରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ସେରମ୍ ଇନଷ୍ଟିଚ୍ୟୁଟ ପ୍ରଥରେ ପ୍ରସ୍ତୁତ କରିଥିବା ଟିକା କୋଭିସିଲ୍ଡ ଓ କୋଭାଭ୍ୟାକ୍ସ କମ୍ପାନୀର ନାମ ଅନୁସାରେ ଏହି ଟିକାର ଭାରତୀୟ ନାମ କୋଭାଭ୍ୟାକ୍ସ ରହିବ ବୋଲି କୁହାଯାଇଛି । ବର୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍ ୧୮ ବର୍ଷରୁ ଅଧିକ ବୟସ୍କ ୧୬୦୦ ଲୋକଙ୍କ ଉପରେ ଏହାର ଟ୍ରାଏଲ କରିଛି ।

ଏନେଇ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା କହିଛନ୍ତି କି ନୋଭାଭ୍ୟାକ୍ସ ଟିକାକୁ  ଭାରତରେ ପରୀକ୍ଷା କରାଯାଉଛି । ଏହି ଟିକାକୁ ଆଫ୍ରିକା ଓ ୟୁନାଇଟେଡ କିଙ୍ଗଡମରେ ପରୀକ୍ଷା କରି ସଫଳତା ମିଳିଛି । ଏହି ପରୀକ୍ଷଣ ବେଳେ ଏହି ଟିକା ହାରାହାରି ୮୯ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି ।