ସେରମ ଇନଷ୍ଟିଚ୍ୟୁଟ, ଡିଜିସିଆଇ, ଏମ୍ସ ଓ ବିଲ ଗେଟସଙ୍କୁ ନୋଟିସ: କରୋନା ଟିକା ନେଇ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ କୋର୍ଟଙ୍କ ତାଗିଦ

501

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ପାଶ୍ୱର୍ ପ୍ରତିକ୍ରିୟା କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଔରଙ୍ଗାବାଦର ଦିଲୀପ ଲୁନାୱତ୍ ତାଙ୍କ ଡ଼ାକ୍ତର ଝିଅର ମୃତ୍ୟୁକୁ ନେଇ ୧,୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ସିରମ୍ ଇନ୍ଷ୍ଟିଚ୍ୟୁଟ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହଭାଗିତାରେ କୋଭିସିଲ୍ଡ ଟିକାର ୧୦୦ ନିୟୁତ ଡ଼ୋଜ ଉତ୍ପାଦନ ଓ ଯୋଗାଣ ପାଇଁ ଚୁକ୍ତି କରିଥିଲେ । ପିଟିସନରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତର ଔଷଧ ମହାନିୟନ୍ତ୍ରକ ଡ଼ିସିଜିଆଇ, ଡ଼କ୍ଟର ଭି.ଜି ସୋମନି ଏବଂ ଏମ୍ସ ନିର୍ଦ୍ଦେଶକ ଡ଼ା. ରଣଦୀପ ଗୁଲେରିଆଙ୍କୁ ପକ୍ଷଭୁକ୍ତ କରାଯାଇଛି ।