କନକ ବ୍ୟୁରୋ : ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଆଇଏମଡ଼ି ଡ଼ିଜି କହିଲେ, ଜିଏଫଏସ ମଡ଼େଲକୁ ବିଶ୍ୱାସ କରାନଯାଇପାରେ । ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ବର୍ତ୍ତମାନ କୌଣସି ବାତ୍ୟା ଆଶଙ୍କା ନଥିବା ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏପରିକି ବାତ୍ୟା ନେଇ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ କହିଛି ।
୭ ଦିନ ପୂର୍ବରୁ ବାତ୍ୟା ନେଇ ଆକଳନ କରିବା ସମ୍ଭବ ନୁହେଁ ଏବଂ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରିନଥିବା ସ୍ପଷ୍ଟ କରିଛି । ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ଟ୍ୱିଟ କରି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦିଓ ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି, କିନ୍ତୁ ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/32-7.jpg)