କନକ ବ୍ୟୁରୋ : ଛତ୍ରପୁରରୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ । ଅପହରଣ ନୁହେଁ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ । ଏବେ ଦୁଇ ଜଣଙ୍କୁ ବିଶାଖାପଟଣାରେ ରଖାଯାଇ ପଚରା ଉଚରା କରାଯାଉଛି । କର୍ଣ୍ଣାଟକର ପୋଲିସ ଅଧିକାରୀ ବିଶାଖାପାଟଣାରେ ଉପସ୍ଥିତ ଅଛନ୍ତି । କାହିଁକି କର୍ଣ୍ଣାଟକ ପୋଲିସ ଦୁଇ ଭାଇଙ୍କୁ ଉଠାଇ ନେଇଛି ତାହା ଜଣାପଡ଼ିନାହିଁ । ବିଶାଖାପାଟଣା ଯାଉଛି ଗଞ୍ଜାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।

Advertisment

ଗତକାଲି ରାତିରେ ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ୍ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଅଟକିଥିଲେ । ଦୁର୍ବୃତ୍ତମାନେ ଉଭୟ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇ ଦୋକାନରୁ ଉଠାଇ ନେଇଥିଲେ । ଅପହରଣ ହୋଇଥିବା ଦୁଇ ଭାଇ ହେଲେ କୃଷ୍ଣ ସାହୁ ଓ ପଞ୍ଚାନନ ସାହୁ । ଘଟଣା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଥିଲେ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା ।