କାଳବୈଶାଖୀର କରାଳ ରୂପ : ବ୍ରଜପାତ ନେଲା ୧୭ ଜୀବନ

25

କନକ ବ୍ୟୁରୋ : କାଳବୈଶାଖୀର କରାଳ ରୂପ । ତାଣ୍ଡବ ରଚିଛି ବଜ୍ରପାତ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଇଛି ୧୭ ଜଣଙ୍କ ଜୀବନ । ଭୁବନେଶ୍ୱର ଉପକଣ୍ଠରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ବାରିପଦାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ଓ ଚାନ୍ଦବାଲିରେ ଦୁଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଘଡିଆ ମାଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ସୋରରେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ଭଂଜନଗରରେ ୨୧ଟି ଗାଇଗୋରୁ ବ୍ରଜପାତର ଶିକାର ହୋଇଛନ୍ତି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି । ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।